ଅନେକ ଦିନ ତଳେ ଠିକ ଏଇଠି ଆମେ ଗପିଥିଲେ କବିତାର କଥା । ତେବେ ତୁମେ ମନେରଖିଛ କି ନା ମୁଁ ଜଣିନାହିଁ । ସେଦିନ ବି ଖୁବ ବର୍ଷା ହୋଇଥିଲା , ମାଟିରେ ଥିଲା ମହକ ; ସନ୍ଧ୍ୟା ର ଆକାଶ ଦେହରେ ଥିଲା ଅନେକ ରଙ୍ଗ । ଆମେ ଖୁବ ଗପିଥିଲେ । କେହି ଜଣେ ପଚାରି ଥିଲେ ତୁମେ ସବୁ କଣ ଗପ? ଆମେ କେବଳ ହସି ଦେଇଥିଲେ ପ୍ରତ୍ୟୁତରରେ ।
ଏମିତି ବି ଜୀବନ ବାହିଯାଏ ନଈ ଟିଏ ହୋଇ
ପ୍ରତିଦିନ ଫୋଟ ହୋଇ ଝୁଲେ କାନ୍ଥ ରେ ,
ଋତୁ ଚକ୍ରରେ ଜୀବନ ଛୁଏ ଦିଗନ୍ତ ।
ସେଇ ଜମ୍ବୁ ଗଛ ତଳର ଗପ ସବୁ
ଆକାଶର ମେଘହୁଏ
ଖୁବ ନିଜର ମନେହୁଏ ଜୀବନ ।
sarojini Pattayat.28/06/2016
No comments:
Post a Comment