Wednesday, 29 June 2016

ଅବଶୋଷ
ମୋର ସୁରମା ସହିତ ପ୍ରତି ଦିନ ଦେଖା ହେଉଥିଲା ବସ ଷ୍ଟୋପେଜ ରେ । ଦେଖାହେଲେ ସେ ଖୁବ ଖୁସି ହେଉଥିଲା । ଆମେ ଗପୁଥିଲୁ ଦେଶର ଚର୍ଚିତ ଖବର ଉପରେ । ଅନେକ ସମୟରେ ଗପସପ ମଝିରେ ପଶି ଆସୁଥିଲା ସେଇଠି ବୁଲୁ ଥିବା ପାଗଳି । ପାଗଳି ଯେ କେବେ ହେଲେ ପ୍ରଥମରୁ ପାଗଳାମିର ଶିକାର ହୋଇ ନଥିବ ତାହା ହିଁ ସତ୍ୟଥିଲା । ମନେ ହେଉଥିଲା ଆମେ ବି ଦିନେ ଏଇଭଳି ଅବସ୍ଥାରେ ଯେ ନ ପହଞ୍ଚିବୁ ବୋଲି କୌଣସି ଗ୍ୟାରେଣ୍ଟି ନାହି ।
ତେବେ ସୁରମା ଏସବୁକୁ ବେଶି ଗୁରୁତ୍ଵ ଦେଉନଥିଲା ।
ବିତିଗଲା ଅନେକ ବର୍ଷ । ମୋ ଚଷମା ର ପାୱାର ବଦଳିଲା, ମୋ ସହର ବି ବଦଳିଗଲା । ହେଲେ ସୁରମା ସେମିତି ହି ଥିଲା ମୋ ମନ ଭିତରେ।
କୌଣସି କାରଣରୁ ମତେ ପୁଣି ଆସିବାକୁ ହେଲା ମୋ ପୁରୁଣା ସହରକୁ । ହଠାତ ଦେଖାହେଲା ସୁରମା । ମୋତେ ସେ ଦିଖି ସେମିତି କିଛି ଖୁସି ହେଲବୋଲି ମୁଁ ଅନୁଭବ କଲି ନାହି ।
ମୁଁ ଫେରିଆସିଲି । ଏବେ ଭାବୁଛି ତାସହିତ କେବେ ଦେଖାହୋଇନଥାନ୍ତା ଯଦି ଭଲହୋଇଥାନ୍ତା ।

No comments:

Post a Comment

Ye zindegi

 It's not easy. Life seems happy, sorrowful,again magical. Drifting evening, beautiful autumn moon,sky and the twinkling stars and dull ...