ମୁଁ ଏବେ ଏଇଠି ବସିଛି , ସନ୍ଧ୍ୟା
ଆସୁଛି ତାର ଚିରାଚରିତ ପ୍ରଥାରେ । ମୋ ଟେବୁଲ ଉପରେ କିଛି ଫାଇଲ ଅଛି । ମତେ ଆଉରି ପସିବାକୁ ହେବ ଫାଇଲ ଭିତରେ । ସେଥିପାଇଁ ସମୟ ଆଜି ନାହିଁ । କାନ୍ଥ ଘଣ୍ଟାର ଶବ୍ଦ କହୁଛି କିଛି ଲେଖିବାକୁ, କାରଣ ଏଇ ସମୟ
କାଲିକୁ ଆଉ ନଥିବ ।
ଝର୍କା ଡେଇଁ ଗଲେ ମୁଁ
ଛୁଇଁବି ବଣୁଆ ଗଛର ଫୁଲ
ସେତିକି ତ ...ଦରକାର
ଏଇଠି ବସି ବସି ପଥର ହେବା
କି ଦରକାର
ଏମିତି ତ ତିଆରି ହୋଇସାରିଛି
କୋଣାର୍କ ...
No comments:
Post a Comment