Monday, 27 June 2016

ଅନେକ ଦିନ ପରେ କବିତା ଲେଖିବାକୁ ଇଚ୍ଛା ହେଲ।
ଅନେକ ଦିନ ପରେ କବିତା ଲେଖିବାକୁ ଇଚ୍ଛା ହେଲ। । କବିତା ଲେଖିବାର ମାହୋଲ ଥିଲା ସତରେ, କିନ୍ତୁ କବିତା ଜମା ଆସୁନଥିଲା । ମୋ ଅଫିସ ଚାମ୍ବର କୁ ଲାଗି ଛିଡା ହୋଇଥିଲା କୃଷ୍ଣଚୂଡା ଗଛ ଟିଏ । ମୌସମୀ ବର୍ଷା ରେ ତାର ପ୍ରତିଟି ପତ୍ର ଦେହରୁ ଧୁଳି ଧୋଇ ଯାଇଥିଲା । ମୋର ମନେ ହେଲା, ସେ କଣ ସତରେ ତାର ଅତୀତକୁ ଭଲରୂପେ ଧୋଇ ଦେଇଛି ନୂଆ କିଛି ଲେଖିବାକୁ । ଏମିତି ଏକ ମାହୋଲ ରେ କବିତା ଲେଖିବାକୁ ଇଚ୍ଛା ତ ହେଲା , ତଥାପି ଲେଖି ହେଉ ନଥିଲା କବିତା ।
ମୁଁ ଦେଖୁଥିଲି ତୁ ଭିଜିଛୁ ମୌସମୀ ବର୍ଷରେ
ତୋ ଦେହର ଧୁଳି ବହି ଯାଇଛି ଅତୀତର ଦୁଃସ୍ଵପ୍ନ ଭଳି
ଆକ୍ତାମାକ୍ତା ହୋଇ ଭିଜିଛୁ ତୁ,
ଏବେ ଆଉଥରେ ନୂଆ ଜୀବନ ଟିଏ ବଞ୍ଚିବୁ ବୋଲି
ତେବେ...
ମୁଁ ଭାବୁଛି ଆଉ ଗୋଟେ କଥା;
ଏଇ ଦୁନିଆ ର ଆଖି କଣ ତୋତେ ନୂଆ କରି ଦେଖିବ !
ନୂଆ କରି ପଥର ଦେହରେ କି ଫୁଟାଇ ପାରିବୁ ଫୁଲଟିଏ !!
ନୂଆ କରି କଣ ଲେଖି ପାରିବୁ ଜୀବନଟିଏ !!!
ନୂଆ କରି କିଏ ସାହସ ଦେବ ଆଉ ଥରେ ବଞ୍ଚିବାକୁ :
ଏଠି ତ ସଭିଏଁ ସ୍ଵାର୍ଥପର ;
ଭୟ ଲାଗୁଛି ସମୀକ୍ଷା କରିବାକୁ ତୋର ସ୍ଵପ୍ନା ଆଉ ଭାବନାର ଦିଗ
ସେଥିପାଇଁ ମୁଁ ଚୁପ ଚାପ ବସିଛି ମୋ ନାଆ ରେ,
ଦେଖୁଛି ସବୁ ନ ବୁଝିବା ଭଳି ;
ସମୟ କୁ ପ୍ରତୀକ୍ଷା କରିଛି ଦେଖିବାକୁ ନୂଆ ଦିନଟିଏ ।
sarojini pattayat , 26/ 06/2016

No comments:

Post a Comment

DEAREST KRISHN

My Dearest Krishn,The days drift by, floating on the river of time, and seasons gallop along the universe’s grand rhythm. You, my precious g...