Skip to main content

Posts

ମୁଁ ଏବେ ଏଇଠି ବସିଛି , ସନ୍ଧ୍ୟା ଆସୁଛି ତାର ଚିରାଚରିତ ପ୍ରଥାରେ । ମୋ ଟେବୁଲ ଉପରେ କିଛି ଫାଇଲ ଅଛି । ମତେ ଆଉରି ପସିବାକୁ ହେବ ଫାଇଲ ଭିତରେ । ସେଥିପାଇଁ ସମୟ ଆଜି ନାହିଁ । କାନ୍ଥ ଘଣ୍ଟାର ଶବ୍ଦ କହୁଛି କିଛି ଲେଖିବାକୁ , କାରଣ ଏଇ ସମୟ   କାଲିକୁ ଆଉ ନଥିବ ।   ଝର୍କା ଡେଇଁ ଗଲେ ମୁଁ ଛୁଇଁବି ବଣୁଆ ଗଛର ଫୁଲ ସେତିକି ତ ...ଦରକାର ଏଇଠି ବସି ବସି ପଥର ହେବା କି ଦରକାର ଏମିତି ତ ତିଆରି ହୋଇସାରିଛି କୋଣାର୍କ ...
On writing I don’t want to know how you became the great writer. My concern is how you described your moments.   We are talking desperately in any subject, still unable to write about them. So, in my opinion writing dialogue is more easy than describing.   Thus,   at the end of day   if I am unable to describe, let me write some dialogue to satisfy my urge of writing.   Anyhow   if my inner self wishes   to have satisfaction in writing, then my sole job is   to write and express feelings in any mode. x- how are you ? y- well. x- have you ever missed me ? y- never. X(with a sigh)-But, I missed you a lot. y-(with a smile)That is your problem. x- In my opinion true friend should miss each other. y- why? x- I don’t know, but I think we should. y- In my opinion we should not miss each other. Rather we should write down every sighs in paper and relax. x-(smile)okay...may ...
In the pool of boredom I found the reflection of moon not at all easy to trap. It happens when ominous verses encircle you with ugly thoughts to cripple your soul. ... I didn’t wish to follow the fast moving time to catch the sunshine and store them in my feeble mindset for the upcoming birth. I know each step here is the step towards the end that is inevitable and easy also. Amid confusion I collected my scattered memories and created the unreached heaven again to grim and win. copywrite Sarojini Pattayat.
ଅବଶୋଷ ମୋର ସୁରମା ସହିତ ପ୍ରତି ଦିନ ଦେଖା ହେଉଥିଲା ବସ ଷ୍ଟୋପେଜ ରେ । ଦେଖାହେଲେ ସେ ଖୁବ ଖୁସି ହେଉଥିଲା । ଆମେ ଗପୁଥିଲୁ ଦେଶର ଚର୍ଚିତ ଖବର ଉପରେ । ଅନେକ ସମୟରେ ଗପସପ ମଝିରେ ପଶି ଆସୁଥିଲା ସେଇଠି ବୁଲୁ ଥିବା ପାଗଳି । ପାଗଳି ଯେ କେବେ ହେଲେ ପ୍ରଥମରୁ ପାଗଳାମିର ଶିକାର ହୋଇ ନଥିବ ତାହା ହିଁ ସତ୍ୟଥିଲା । ମନେ ହେଉଥିଲା ଆମେ ବି ଦିନେ ଏଇଭଳି ଅବସ୍ଥାରେ ଯେ ନ ପହଞ୍ଚିବୁ ବୋଲି କୌଣସି ଗ୍ୟାରେଣ୍ଟି ନାହି । ତେବେ ସୁରମା ଏସବୁକୁ ବେଶି ଗୁରୁତ୍ଵ ଦେଉନଥିଲା । ବିତିଗଲା ଅନେକ ବର୍ଷ । ମୋ ଚଷମା ର ପାୱାର ବଦଳିଲା, ମୋ ସହର ବି ବଦଳିଗଲା । ହେଲେ ସୁରମା ସେମିତି ହି ଥିଲା ମୋ ମନ ଭିତରେ। କୌଣସି କାରଣରୁ ମତେ ପୁଣି ଆସିବାକୁ ହେଲା ମୋ ପୁରୁଣା ସହରକୁ । ହଠାତ ଦେଖାହେଲା ସୁରମା । ମୋତେ ସେ ଦିଖି ସେମିତି କିଛି ଖୁସି ହେଲବୋଲି ମୁଁ ଅନୁଭବ କଲି ନାହି । ମୁଁ ଫେରିଆସିଲି । ଏବେ ଭାବୁଛି ତାସହିତ କେବେ ଦେଖାହୋଇନଥାନ୍ତା ଯଦି ଭଲହୋଇଥାନ୍ତା ।
ଅନେକ ଦିନ ତଳେ ଠିକ ଏଇଠି ଆମେ ଗପିଥିଲେ କବିତାର କଥା । ତେବେ ତୁମେ ମନେରଖିଛ କି ନା ମୁଁ ଜଣିନାହିଁ । ସେଦିନ ବି ଖୁବ ବର୍ଷା ହୋଇଥିଲା , ମାଟିରେ ଥିଲା ମହକ ; ସନ୍ଧ୍ୟା ର ଆକାଶ ଦେହରେ ଥିଲା ଅନେକ ରଙ୍ଗ । ଆମେ ଖୁବ ଗପିଥିଲେ । କେହି ଜଣେ ପଚାରି ଥିଲେ ତୁମେ ସବୁ କଣ ଗପ? ଆମେ କେବଳ ହସି ଦେଇଥିଲେ ପ୍ରତ୍ୟୁତରରେ । ଏମିତି ବି ଜୀବନ ବାହିଯାଏ ନଈ ଟିଏ ହୋଇ ପ୍ରତିଦିନ ଫୋଟ ହୋଇ ଝୁଲେ କାନ୍ଥ ରେ , ଋତୁ ଚକ୍ରରେ ଜୀବନ ଛୁଏ ଦିଗନ୍ତ । ସେଇ ଜମ୍ବୁ ଗଛ ତଳର ଗପ ସବୁ ଆକାଶର ମେଘହୁଏ ଖୁବ ନିଜର ମନେହୁଏ ଜୀବନ । sarojini Pattayat.28/06/2016
In the doom You are broken inside In your voice unending pain I felt In the lap of nature Wavy mysteries blooms every time to accommodate yours feeling. Then, Why did to repent the remnant past Walk on and on to enjoy the life; In the doom; You will be the winner anyway.
ଅନେକ ଦିନ ପରେ କବିତା ଲେଖିବାକୁ ଇଚ୍ଛା ହେଲ। ଅନେକ ଦିନ ପରେ କବିତା ଲେଖିବାକୁ ଇଚ୍ଛା ହେଲ। । କବିତା ଲେଖିବାର ମାହୋଲ ଥିଲା ସତରେ, କିନ୍ତୁ କବିତା ଜମା ଆସୁନଥିଲା । ମୋ ଅଫିସ ଚାମ୍ବର କୁ ଲାଗି ଛିଡା ହୋଇଥିଲା କୃଷ୍ଣଚୂଡା ଗଛ ଟିଏ । ମୌସମୀ ବର୍ଷା ରେ ତାର ପ୍ରତିଟି ପତ୍ର ଦେହରୁ ଧୁଳି ଧୋଇ ଯାଇଥିଲା । ମୋର ମନେ ହେଲା, ସେ କଣ ସତରେ ତାର ଅତୀତକୁ ଭଲରୂପେ ଧୋଇ ଦେଇଛି ନୂଆ କିଛି ଲେଖିବାକୁ । ଏମିତି ଏକ ମାହୋଲ ରେ କବିତା ଲେଖିବାକୁ ଇଚ୍ଛା ତ ହେଲା , ତଥାପି ଲେଖି ହେଉ ନଥିଲା କବିତା । ମୁଁ ଦେଖୁଥିଲି ତୁ ଭିଜିଛୁ ମୌସମୀ ବର୍ଷରେ ତୋ ଦେହର ଧୁଳି ବହି ଯାଇଛି ଅତୀତର ଦୁଃସ୍ଵପ୍ନ ଭଳି ଆକ୍ତାମାକ୍ତା ହୋଇ ଭିଜିଛୁ ତୁ, ଏବେ ଆଉଥରେ ନୂଆ ଜୀବନ ଟିଏ ବଞ୍ଚିବୁ ବୋଲି ତେବେ... ମୁଁ ଭାବୁଛି ଆଉ ଗୋଟେ କଥା; ଏଇ ଦୁନିଆ ର ଆଖି କଣ ତୋତେ ନୂଆ କରି ଦେଖିବ ! ନୂଆ କରି ପଥର ଦେହରେ କି ଫୁଟାଇ ପାରିବୁ ଫୁଲଟିଏ !! ନୂଆ କରି କଣ ଲେଖି ପାରିବୁ ଜୀବନଟିଏ !!! ନୂଆ କରି କିଏ ସାହସ ଦେବ ଆଉ ଥରେ ବଞ୍ଚିବାକୁ : ଏଠି ତ ସଭିଏଁ ସ୍ଵାର୍ଥପର ; ଭୟ ଲାଗୁଛି ସମୀକ୍ଷା କରିବାକୁ ତୋର ସ୍ଵପ୍ନା ଆଉ ଭାବନାର ଦିଗ ସେଥିପାଇଁ ମୁଁ ଚୁପ ଚାପ ବସିଛି ମୋ ନାଆ ର...